W3.CSS

BREAKING NEWS

ଦୋକାନ ଘର ବା ଘର ପାଇଁ ନୂଆ ଲାଇନ ପାଇଁ ଯୋଗାଯୋଗ ସୁଭଦ୍ରା ଜେରକ୍ସ

Post Top Ad

Your Ad Spot

Tuesday, April 14, 2020

NEWS

ମଇ 17 ଯାଏଁ ବଢିଲା ଲକ୍ ଡାଉନ୍ ର ଅବଧି ; ପ୍ରଧାନମନ୍ତ୍ରୀ ମୋଦି



ନୂଆଦିଲ୍ଲୀ ୧୪/୦୪ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୩ ମଇ ପର୍ଯ୍ୟନ୍ତ ଲକଡାଉନ୍ ର ଅବଧି ବୃଦ୍ଧି କରିବାକୁ ଦେଶବାସୀଙ୍କୁ ସମ୍ବୋଧନ ସମୟରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଆଜି ଦେଶର ସମ୍ବିଧାନ ପ୍ରଣେତା ଡକ୍ଟର ବି ଆର ଆମ୍ୱେଦକରଙ୍କ ଜନ୍ମ ଜୟନ୍ତୀରେ ତାଙ୍କୁ ମନେପକାଇ ମୋଦୀ ପ୍ରକାଶ କରିଛନ୍ତିଯେ, ୨୦ ଏପ୍ରିଲ ପର୍ଯ୍ୟନ୍ତ କଠୋରତାର ସହିତ ଲକଡାଉନକୁ ପାଳନ କରାଯିବ। କିନ୍ତୁ ଏହା ପରେ ଏଥିରେ କିଛିମାତ୍ରାରେ ସସର୍ତ୍ତ କୋହଳ କରାଯିବ। ଲକ୍‌ଡାଉନ୍‌ କେତେ ସଫଳ ଭାବେ ପାଳନ କରାଯାଇଛି ୨୦ ଏପ୍ରିଲ ପରେ ତାହାର ସମୀକ୍ଷା କରାଯିବ। କରୋନାକୁ ପ୍ରତିହତ କରିବା ପାଇଁ କେତେ ସଫଳ ହୋଇଛନ୍ତି ତାହାର ସମୀକ୍ଷା କରାଯିବାପରେ କେତେ ପରିମାଣରେ କୋହଳ କରାଯିବ ତାହା ଘୋଷଣା କରାଯିବ। ତେବେ
ପ୍ରଧାନମନ୍ତ୍ରୀ କହିଛନ୍ତି, ମେ ୩ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିଷ୍ଠାର ସହିତ ଲକଡାଉନ୍ ନିୟମ ପାଳନ କରନ୍ତୁ। ଆପଣ ଯେଉଁଠାରେ ଅଛନ୍ତି ସେଠାରେ ରୁହନ୍ତୁ। ସୁରକ୍ଷିତ ରୁହନ୍ତୁ।
ଦେଶର କରୋନା ଯୋଦ୍ଧା ଯେପରିକି ଆମର ଡାକ୍ତର, ନର୍ସ, ସଫାଇ କର୍ମଚାରୀ, ପୋଲିସ୍ ଙ୍କୁ ପୂର୍ଣ୍ଣ ସମ୍ମାନ ଦିଅନ୍ତୁ।
ଆପଣଙ୍କର ବ୍ୟବସାୟ, ଶିଳ୍ପରେ ଥିବା ଲୋକଙ୍କ ସହିତ ଆପଣ ସାଥି ଦେବା ଉଚିତ୍। ଲୋକଙ୍କ ପ୍ରତି ସମ୍ବେଦନଶୀଳତା ରକ୍ଷା କରନ୍ତୁ, କାହାକୁ ବହିଷ୍କାର କରନ୍ତୁ ନାହିଁ।
ଯଥାସମ୍ଭବ ଗରିବ ପରିବାରର ଯତ୍ନ ନିଅନ୍ତୁ, ସେମାନଙ୍କର ଖାଦ୍ୟ ଆବଶ୍ୟକତା ପୂରଣ କରନ୍ତୁ।
କରୋନା ସଂକ୍ରମଣର ବିସ୍ତାରକୁ ରୋକିବାରେ ସାହାଯ୍ୟ କରିବାକୁ, ନିଶ୍ଚିତ ଭାବରେ ଆରୋଗ୍ୟ ସେତୁ ମୋବାଇଲ୍ ଆପ୍ ଡାଉନଲୋଡ୍ କରନ୍ତୁ।
ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାପାଇଁ ଆୟୁଷ ମନ୍ତ୍ରଣାଳୟ ଦେଇଥିବା ନିର୍ଦ୍ଦେଶାବଳୀକୁ ଅନୁସରଣ କରନ୍ତୁ। ଗରମ ପାଣି, କାଡ଼ା ଆଦିକୁ କ୍ରମାଗତ ଭାବରେ ପିଅନ୍ତୁ।
ଲକଡାଉନ୍ ଏବଂ ସାମାଜିକ ଦୂରତ୍ୱର ଲକ୍ଷ୍ମଣ ରେଖାକୁ ସମ୍ପୂର୍ଣ୍ଣ ଭାବରେ ଅନୁସରଣ କରନ୍ତୁ। ଘରେ ନିର୍ମିତ ଫେସକଭର କିମ୍ବା ମାସ୍କ ବ୍ୟବହାର କରନ୍ତୁ। ଆପଣଙ୍କ ଘରର ବୟସ୍କମାନଙ୍କର ବିଶେଷ ଯତ୍ନ ନିଅନ୍ତୁ। ବିଶେଷତଃ ଯେଉଁମାନେ କ୍ରୋନିକ୍ ରୋଗରେ ପୀଡିତ, ସେମାନଙ୍କର ଅତିରିକ୍ତ ଯତ୍ନ ନେବାକୁ ପଡିବ। କରୋନା ଠାରୁ ବହୁତ ସୁରକ୍ଷିତ ରୁହନ୍ତୁ ଏବଂ ରଖନ୍ତୁ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ଧୌର୍ଯ୍ୟ ରଖିଲେ, ନିୟମ ମାନିଲେ ନିଶ୍ଟିତ ଆମେ କରୋନା ପରି ମହାମାରୀକୁ ପରାସ୍ତ କରିବାକୁ ସମର୍ଥ ହେବୁ। ଏହି ବିଶ୍ୱାସ ସହିତ ଶେଷରେ, ଆଜି ଉପରୋକ୍ତ ୭ ଟି ବିନ୍ଦୁ ଉପରେ ଦେଶବାଶୀଙ୍କର ସମର୍ଥନ ମାଗିଥିଲେ ପ୍ରଧାନମନ୍ତ୍ରୀ ମୋଦୀ।
ପ୍ରଧାନମନ୍ତ୍ରୀ କହିଛନ୍ତିଯେ, ଅନ୍ୟ ଦେଶମାନଙ୍କ ତୁଳନାରେ, ଭାରତ ସଂକ୍ରମଣକୁ ରୋକିବା ପାଇଁ ଚେଷ୍ଟା କରିଛି, ଆପଣ ସମସ୍ତେ ଏହାର ଅଂଶୀଦାର ହୋଇଛନ୍ତି ଏବଂ ସାକ୍ଷୀ ମଧ୍ୟ ହୋଇଛନ୍ତି।
ଏହା ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କରୋନା ଉପରେ ଦେଶ ବାସୀଙ୍କୁ ଚତୁର୍ଥ ଥର ପାଇଁ ସମ୍ବୋଧନ।

No comments:

Post a Comment

Post Top Ad

Your Ad Spot

Pages